ସାରୋଇ ଛକ ନିକଟରେ ସଡକ ଦୁର୍ଘଟଣା, ଜଣେ ମୃତ

in #jajpur2 years ago

IMG_20220602_215051.jpgଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ରଥିଆ ଛକ ନିକଟରେ ଆଜି ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି।

ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଗୁରୁତର ମହିଳା ହେଲେ ଧର୍ମଶାଳା ବ୍ଲକ ନେଉଳପୁର ପଞ୍ଚାୟତ ସମିତିସଭ୍ୟା ନିରୁପମା ବାରିକ। ପୁତୁରା ସହ ବ୍ଲକକୁ ପଞ୍ଚାୟତସ୍ତରୀୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିବା ସମୟରେ ଘଟିଛି ଏହି ଦୁର୍ଘଟଣା।
https://odishalocal.com/