କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଭାରତମାଳା ପରିଯୋଜନା ନେଲା ୪ ଶିଶୁଙ୍କ ଜୀବନ

in #odisha2 years ago

koraput.jpg

କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଭାରତମାଳା ପରିଯୋଜନା ନେଲା ୪ ଶିଶୁଙ୍କ ଜୀବନ। ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ କାମ କରୁଥିବା ଠିକା ସଂସ୍ଥା ଏଚ.ଜି.ଇନଫ୍ରାର ଦାୟିତ୍ବହୀନତା ଯୋଗୁଁ ଯାଇଛି କୋରାପୁଟ ସଦର ଥାନା ମାଝିଗୁଡା ଗାଁର ୪ଜଣ ଶିଶୁଙ୍କର ଜୀବନ। ସେମାନେ ହେଲେ ହେଲେ ପୁର୍ଣି ହାନ୍ତାଳ (୮), ବିମଳା ଶୁକ୍ରୀ (୬), ରଇଲା ଶୁକ୍ରୀ (୪) ଓ ମଧୁସୂଦନ ହାନ୍ତାଳ(୬)। ପୁଣି, ବିମଳା ଓ ମଧୁସୂଦନ ସ୍ଥାନୀୟ ବିଦ୍ୟାଳୟରେ ପଢୁଥିବା‌ବେଳେ ରଇଲା ଅଙ୍ଗନବାଡିରେ ପଢୁଥିବା କୋରାପୁଟ ସଦର ପୁଲିସ ପକ୍ଷରୁ ସୂଚନା ଦେଇଛି। ଘଟଣାସ୍ଥଳରେ କୋରାପୁଟ ସଦର ପୁଲିସ ପହଞ୍ଚି ଶବକୁ ପାଣି ଭିତରୁ ଉଦ୍ଧାର କରିବା ସହିତ ଜବତ କରିଥିବାବେଳେ ବ୍ୟବଚ୍ଛେଦ କରିବାକୁ ଏସଏଲଏନ ମେଡିକାଲରେ ରଖିଛି। ଆସନ୍ତାକାଲି ଶବକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।ଘଟଣା ମୁତାବକ ଆଜି ଦିନ ପ୍ରାୟ ୧୧ଟାବେଳେ ଏହି ୪ଜଣ ଶିଶୁ ଏହି ପାଖରେ ଖେଳୁଥିଲେ। ଏହି ସମୟରେ ଜଣେ ଶିଶୁ ଏହିଠାରେ ପଡିଯାଇଥିଲା। ଏହାକୁ ଉଦ୍ଧାର କରିବାକୁ ଅନ୍ୟ ମାନେ ଯାଇ ପ୍ରାଣ ହରାଇଥିବା ଅନୁମାନ କରୁଛି ପୁଲିସ। ଶିଶୁମାନେ ଦିନ ୧୧ଟାରେ ଗାତରେ ପଡିଥିବାବେଳେ ଦୀର୍ଘ ସମୟରେ ଗାଁ ଲୋକେ ଶବକୁ ଉଦ୍ଧାର କରିଥିଲେ। ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ତେବେ ଭାରତମାଳା ପରିଯୋଜନା ପାଇଁ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏଚ.ଜି.ଇନଫ୍ରା ଏହି ଗାଁରେ ମନମାନୀ କରୁଥିଲା। ପୂର୍ବରୁ ଗାଁ ଲୋକେ ଏହି ଗାତକୁ ବୁଜିବାକୁ ଠିକାଦାରଙ୍କୁ କହିଥିଲେ। ହେଲେ ଏହାକୁ ଶୁଣି ନ ଥିଲେ। ଠିକାସଂସ୍ଥା ଓ ଠିକାଦାରଙ୍କ ଦାୟିତ୍ବ ହିନତା ଯୋଗୁଁ ୪ ଶିଶୁଙ୍କର ଜୀବନ ଯାଇଥିବା ଜଣାପଡିଛି ।
କୋରାପୁଟ ସଦର ଥାନା ଦଶମନ୍ତପୁର ବ୍ଲକର ପାଇକ ଫୁଲବେଡା ପଂଚାୟତରେ ଘଟିଛି ଘଟଣା । ପଂଚାୟତର ଓଡପୁର ଓ ମାଝିଗୁଡା ଗ୍ରାମ ମଧ୍ୟରେ ଭାରତମାଳା ପ୍ରକଳ୍ପ ରେ ରାସ୍ତା ନିର୍ମାଣ ପାଇଁ ଏଚ.ଜି ଏନଫ୍ରା ମାଟି ଖୋଳି ଗାତ କରିଥିଲେ । ଗଭୀର ଗାତରେ ବର୍ଷା ପାଣି ଜମି ରହିଥିଲା । ବର୍ଷା ପାଣି ନିସ୍କାସନ ହେବାକୁ ରାସ୍ତା ନଥବାରୁ ଫଳରେ ଗାତରେ ପ୍ରାୟ ୫ ଫୁଟ ପାଣି ଜମି ରହିଥିଲା । ସେହି ରାସ୍ତାରେ ପିଲାମାନେ ଖେଳୁଥିଲେ । ଖେଳିବା ସମୟରେ ଅସାବଧାନତା ବଶତଃ ପାଣି ଭର୍ତି ଗାତରେ ଖସି ଯାଇଥିବା ସନ୍ଦେହ କରାଯାଉଛି ।

Sort:  

Please follow me and like my post🙏🙏🙏🙏