ଝାରସୁଗୁଡ଼ା ଜିଲ୍ଲା ହକି ସଂଘର ସ୍ମରଣିକା ଉନ୍ମୋଚନ

in #hockey2 years ago

ଝାରସୁଗୁଡ଼ା ଜିଲ୍ଲା ହକି ସଂଘର ସ୍ମରଣିକା ଆଜି ଜିଲ୍ଲାପାଳ ତଥା ସଂଘର ସଭାପତି ସରୋଜ କୁମାର ସାମଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସାମଲ ସ୍ମରଣିକା ଉନ୍ମୋଚନ କରିବା ସହ ଜିଲ୍ଲାରେ ହକିକୁ ଆଦୃତ କରାଇବା ଦିଗରେ ସମସ୍ତେ ଆନ୍ତରିକତାର ସହ ଉଦ୍ୟମ କରିବା ପାଇଁ ସହଯୋଗ କାମନା କରିଥିଲେ । ଜିଲ୍ଲାରେ ହକିକୁ ବ୍ୟାପକ କରିବା ପାଇଁ ମୋ ' ସ୍କୁଲ ହକି କ୍ଲବ ଅଭିଯାନ ' କୁ ଆଗକୁ ଆଗେଇ ନେବାର ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ପ୍ରତି ବର୍ଷ ରାଜ୍ୟ ସ୍ତରରେ ଆୟୋଜିତ ସ୍କୁଲ ସ୍ତରୀୟ ହକି ପ୍ରତିଯୋଗିତାରେ ଝାରସୁଗୁଡା ଜିଲ୍ଲା ଅଂଶ ଗ୍ରହଣ ପାଇଁ ପ୍ରସ୍ତୁତି , ଜିଲ୍ଲାରେ ଜୁନିଅର ଓ ସବ-ଜୁନିଅର ସ୍ତରୀୟ ହକି ମ୍ୟାଚ୍ ଆୟୋଜନ ଖସଡ଼ା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟକାରିଣୀ କମିଟିର ସଦସ୍ୟ/ ସଦସ୍ୟାବୃନ୍ଦ ତଥା ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ଓଡ଼ିଶା ହକି ସଂଘ ଉପ ସଭାପତି ଜୀବନ ମହାନ୍ତି ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ ନିର୍ବାହୀ ଯନ୍ତ୍ରୀ ( ରାସ୍ତା ଓ ଗୃହ ) ତଥା ସଂଘhockey.jpgସାଧାରଣ ସମ୍ପାଦକ ପ୍ରଦୀପ୍ତ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ , ଡି ଏସ୍ ପି ବନଶ୍ରୀ ରାଉତରାୟ , ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପଲତା ମିଞ୍ଜ , ଜିଲ୍ଲା କ୍ରୀଡା ଅଧିକାରୀ ସୁଶୀଲ କୁମାର ମିଶ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା , ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଡମ୍ବରୁଧର ପୂଜାରୀ, ପ୍ରଜ୍ଜ୍ୱଲ ପଟେଲ ଓ ଶାନ୍ତି ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
hockey two.jpg

Sort:  

Good job sir