ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟାଙ୍କମାନଙ୍କୁ ଜିଲ୍ଲାପାଳ ପ୍ରଶଂସା ପତ୍ର ପ୍ରଦାନ

in #jharsuguda2 years ago

sbi.jpg

ସ୍ୱୟଂ ସହାୟ ଗୋଷ୍ଠୀ , କ୍ଷୁଦ୍ର ଶିଳ୍ପଦ୍ୟୋଗ ତଥା କୃଷି ଓ କୃଷକମାନଙ୍କର ଉନ୍ନତି କଳ୍ପେ ବ୍ୟାଙ୍କରୁ ଋଣ ସହାୟତା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟାଙ୍କମାନଙ୍କୁ ଜିଲ୍ଲାପାଳ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ଅବସରରେ ବ୍ୟାଂକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରି
ଜିଲ୍ଲାର ଅଗ୍ରଗତିରେ ବ୍ୟାଂକମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲା ପ୍ରଗତି ପାଇଁ ବ୍ୟାଙ୍କ ଗୁଡିକ ଆନ୍ତରିକତାର ସହ କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ସ୍ୱୟଂ ସହାୟ ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ,ସମାସିଂଘା ପ୍ରଥମ , ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଦ୍ଵିତୀୟ , ପଞ୍ଚଗାଁ ଶାଖା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କ୍ଷୁଦ୍ର ଶିଳ୍ପଦ୍ୟୋଗକୁ ଋଣ ପ୍ରଦାନ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା
ପ୍ରଥମ , ସମଡ଼ା ଶାଖା ଦ୍ଵିତୀୟ ଓ ଝାରସୁଗୁଡ଼ାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ
sbi 2.jpg
ଶାଖା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି କୃଷି ଋଣ ପ୍ରଦାନ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପ୍ରଥମ , ସମ୍ବଲପୁର ଜିଲ୍ଲା ସମବାୟ ବ୍ୟାଙ୍କ, ଲଇକେରା ଦ୍ଵିତୀୟ ଓ ଝାରସୁଗୁଡ଼ା ବ୍ୟାଙ୍କ ଅଫ ବରୋଦା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ଅସ୍ମିନ ପ୍ରହରାଜ , ଏଲ୍ ଡି ଏମ୍ ସିଦ୍ଧାର୍ଥ ପତି , ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ଶୁଭେନ୍ଦୁ ପଣ୍ଡା ପ୍ରମୁଖ
ଉପସ୍ଥିତ ଥିଲେ ।

Sort:  

Good job

ज्यादा से ज्यादा सभी साथी 👍लाईक👍 करें, लाईक करने से ही मंजिल मिलेगी।
🙏👍👍🙏